Spread the love

ନୂଆଦିଲ୍ଲୀ: କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ରାପିଡ୍‌ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଥିଲେ ସେମାନଙ୍କର ଆରଟି ଓ ପିସିଆର ଟେଷ୍ଟ କରାଯିବା ଦରକାର ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପ୍ରତେକ ରାଜ୍ୟ ଓ ଜିଲ୍ଳା ସ୍ତରୀୟ ଟିମ୍ ଗଠନ କରାଯିବ। ଆରଏଟି ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଆସିଥିବା ବ୍ୟକ୍ତିଙ୍କର ଆରଟି-ପିସିଆର ଯାଞ୍ଚ କରାଯିବ । ଟେଷ୍ଟ ପୂର୍ବରୁ ବା ପରେ ଯେଉଁ ବ୍ୟକ୍ତିଙ୍କ କରୋନା ଲକ୍ଷଣ ପ୍ରକାଶ ପାଇବ ସୋମନଙ୍କୁ ତୁରନ୍ତ ଆଇସୋଲେସନ୍‌ରେ ରଖାଯିବ । ପରେ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ।

LEAVE A REPLY

Please enter your comment!
Please enter your name here