Spread the love

ମସ୍କୋ: ମହାମାରୀ କୋରୋନାକୁ ନେଇ ବିଶ୍‌ବରେ ପ୍ରଥମ ଟୀକା ବାହାର କଲା ଋଷ । ୠଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏ ସମ୍ପର୍କରେ ଘୋଷଣା କରି ସେପ୍‌ଟେମ୍ବର ମାସରୁ ଏହାର ବ୍ୟାପକ ପ୍ରୟୋଗ କରାଯିବ ବୋଲି କହିଛନ୍ତି । ଏହାର ସୁରକ୍ଷା ନେଇ ଅନେକ ଦେଶ ଓ କିଛି ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । କିଛି ବିଶେଷଜ୍ଞ କହିଛନ୍ତି ଯେ ୧୦ ପ୍ରତିଶତ ସଫଳତା ପରେ ଏହାର ଉତ୍ପାଦନ ଆରମ୍ଭ କରି ରୁଷ ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଛି । ଏହାକୁ ୠଷ ପକ୍ଷରୁ ଖଣ୍ଡନ କରାଯାଇଛି । ୠଷ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଖାଇଲ ମୁରାଶୋକଙ୍କ କହିବା ଅନୁସାରେ, ଦେଶ ପକ୍ଷରୁ ପ୍ରସ୍ତୁତ କରୁଥିବା ସ୍ପୁଟନିକ୍‌ ଭି ଆସନ୍ତା ୨ ସପ୍ତାହ ମଧ୍ୟରେ କରୋନା ଯୋଦ୍ଧାଙ୍କ ଉପରେ ପ୍ରୟୋଗ କରାଯିବ । ଏହାର ସୁରକ୍ଷା ନେଇ ଉଠୁଥିବା ପ୍ରଶ୍ନ ଭିତ୍ତିହୀନ । ଆମର ବିଦେଶୀ ବନ୍ଧୁମାନେ ନିଜର ବ୍ୟବସାୟିକ ଫାଇଦା ପାଇଁ ଏଭଳି କଥା କହୁଛନ୍ତି ।ମସ୍କୋର ଗାମାଲେୟା ଇନଷ୍ଟିଚ୍ୟୁଟ ଓ ପ୍ରତିରକ୍ଷା ବିଭାଗ ମିଳିତ ଭାବେ ଏହାର ପରୀକ୍ଷଣ କରିଛନ୍ତି । ଖୁବଶୀଘ୍ର ଏହା ଡାକ୍ତର, ସ୍ୱେଚ୍‌ଛାସେବୀ ଓ ଶିକ୍ଷକଙ୍କୁ ଦେବାକୁ ପ୍ରସ୍ତୁତ ହେଉଛି । ଡିସେମ୍ବର-ଜାନୁଆରୀ ସୁଦ୍ଧା ମାସକୁ ୫ ମିଲିୟନ ଡୋଜ ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here