Spread the love

ମସ୍କୋ: ବହୁ ପ୍ରତିକ୍ଷୀତ କରୋନା ଟୀକା ନିର୍ମାଣରେ ଋଷର ବୈଜ୍ଞାନିକମାନେ ସଫଳତା ହାସଲ କରିଛନ୍ତି । ସରକାରୀ ଭାବେ ଋଷ ସରକାର ଏହାକୁ ଘୋଷଣା କରିଛନ୍ତି । ଋଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟୀନ ଏହି ଘୋଷଣା କରିଥିବା ବେଳେ ତାଙ୍କ ଝିଅ ଏହି ଟୀକା ନେଇ ସାରିଥିବା ସେ କହିଛନ୍ତି । ସମଗ୍ର ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ବ୍ୟଗ୍ର ଥିବା ବେଳେ ପ୍ରଥମ କରି ଋଷର ବୈଜ୍ଞାନୀକମାନେ ସଫଳତା ହାସଲ କରିଛନ୍ତି । ୧୬୬ ଟି ଦେଶ ଏହି ଟୀକା ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ତନ୍ମଧ୍ୟରୁ ୨୬ଟି ଟୀକା ମାନବ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଋଷ ଏଥିରେ ସବୁଠାରୁ ଆଗରେ ରହିଥିଲା । ଅଗଷ୍ଟ ୧୨ ତାରିଖଠାରୁ ଏହି ଟୀକାର ପଞ୍ଜିକରଣ ଆରମ୍ଭ ହେଉଥିବା ବେଳେ ଏହା ସାମୁହିକ ଉତ୍ପାଦନ ଆରମ୍ଭ କରିବ । ତେବେ ଭାରତକୁ ଏହି ଟୀକା ଆସିବା ପାଇଁ ଆହୁରି ଏକ ମାସରୁ ଦେଢ଼ ମାସ ସମୟ ଲାଗିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here