Spread the love

ମସ୍କୋ: ବିଶ୍ୱର କରୋନା ରୋଗୀଙ୍କ ପାଇଁ ଖୁସି ଖବର ଆଣିଛି ଋଷ । ୠଷରେ ପ୍ରସ୍ତୁତ ହୋଇଥିବା ଟୀକାର କ୍ଲିନିକାଲ ପରୀକ୍ଷା ସଫଳତା ପୂର୍ବକ ଶେଷ ହୋଇଛି । ଅଗଷ୍ଟ ୧୦ କିମ୍ବା ୧୨ ସୁଦ୍ଧା ଋଷ ବିଶ୍ୱର ପ୍ରଥମ ଦେଶ ଭାବେ କରୋନା ଟୀକାର ବାଣିଜ୍ୟିକ ଉତ୍ପାଦନ କରିବ । ଏ ନେଇ ଋଷର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ୧୦ କିମ୍ବା ୧୨ ତାରିଖ ସୁଦ୍ଧା ଆବଶ୍ୟକ କାଗଜପତ୍ର କାମ ସରିବା ପରେ ଏହାର ଉତ୍ପାଦନ ଆରମ୍ଭ ହେବ । ଏହାପରେ ଋଷ ନିଜ ଦେଶରେ ସର୍ବସାଧାରଣଙ୍କୁ ଏହାର ବ୍ୟବହାର ପାଇଁ ଅନୁମତି ଦେବ । ଏହି ଟୀକା ନେଉଥିବା ଲୋକଙ୍କ ଶରୀରରେ ୨୧ଦିନରେ ହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ଋଷ କହିଛି । ଏହି କରୋନା ଟୀକାକୁ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here