Spread the love

ନୂଆଦିଲ୍ଲୀ : କରୋନା ଭଳି ମହାମାରୀ ସମୟରେ ଋଷ ଟୀକା ସମସ୍ତଙ୍କୁ ଏକ ପ୍ରକାର ଆଶ୍ୱସ୍ତି ପ୍ରଦାନ କରିଛି । ଚଳିତ ମାସ ଶେଷ ବେଳକୁ ଋଷ ପ୍ରଥମ କରୋନା ଟୀକା ସ୍ପୁଟନିକ୍ – ଭି ଭ୍ୟାକସିନ୍ ର ଉତ୍ପାଦନ ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି । ଅନ୍ୟପଟେ ଏହାର ଉତ୍ପାଦନ କୁ ସମଗ୍ର ଭାରତବାସୀ ଚାତକ ପରି ଚାହିଁ ବସିଛନ୍ତି ।ତେବେ କରୋନା ଟୀକା ଉଦ୍ଭାବନ କରିବାରେ ଋଷ ପ୍ରଥମ ଦେଶ ଅଟେ । ଗତ ୧୧ ତାରିଖରେ ସ୍ପୁଟନିକ୍ – ଭି ସମ୍ପର୍କରେ ଋଷ ରାଷ୍ଟ୍ରପତି ଘୋଷଣା କରିଥିଲେ । ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଝିଅ ପ୍ରଥମେ କରୋନା ଟୀକା ନେଇଥିଲେ । ଟୀକା ନେବା ପରେ ଝିଅ ସୁସ୍ଥ ଥିବା ନିଜେ ପୁଟିନ ଟୁଇଟ କରି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here