Spread the love

ନୂଆଦିଲ୍ଲୀ
ରୁଷିଆ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନା ଭାଇରସ ଟୀକା ପ୍ରସ୍ତୁତି କରିଛି । କିନ୍ତୁ ଏହି ଟୀକା ପ୍ରସ୍ତୁତିରେ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇ ନାହିଁ, ଆବଶ୍ୟକୀୟ ପରୀକ୍ଷା ହୋଇନାହିଁ ଏବଂ ତରବରିଆ ଭାବେ ପ୍ରସ୍ତୁତ କରାଯାଇଛି ବୋଲି ବିଶ୍ୱର ପ୍ରମୁଖ ମେଡିକାଲ ବିଶେଷଜ୍ଞ ଓ ହେଲଥ ଏଜେନ୍ସି ଗୁଡିକ ଦାବି କରିଛନ୍ତି । ଏହି ଟୀକାର ନାମ ସ୍ପୁଟନିକ ଭି ରଖାଯାଇଛି । ମସ୍କୋର ଗାମେଲିୟା ଇନଷ୍ଟିଟ୍ୟୁଟ ଏବଂ ରଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ ଏହି ଟୀକା ପ୍ରସ୍ତୁତ କରିଛନ୍ତି । ତେବେ ଏହାକୁ ନେଇ ସାରା ବିଶ୍ୱରେ ବିବାଦ ଦେଖାଦେଇଛି । କାରଣ ଏହି ଟୀକା ମାନବ ପରୀକ୍ଷଣର ଉନ୍ନତ ଶ୍ରେଣୀ(ତୃତୀୟ ପର୍ଯ୍ୟାୟ)ରେ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ ) କହିଛି । ତେବେ ରଷିଆ ଯେଉଁ ଭଳି ଭାବରେ ଟୀକାର ପରୀକ୍ଷଣ କଲା ତାହାକୁ ନେଇ ସାରା ବିଶ୍ୱର ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିଛନ୍ତି । ଏବେ ଏହାକୁ ବିରୋଧ କରି ରଷିଆର ଜଣେ ପ୍ରମୁଖ ଡାକ୍ତର ଇସ୍ତଫା ଦେଇଛନ୍ତି । ସେ ଏହି ଭ୍ୟାକ୍ସିନର ସଠିକ ପରୀକ୍ଷଣ ହୋଇନାହିଁ ବୋଲି କହିଛନ୍ତି । ରିପୋର୍ଟ ଅନୁଯାୟୀ ରଷିଆର ଶୀର୍ଷ ରେସପିରାଟୋରୀ ଡାକ୍ତର ପ୍ରଫେସର ଆଲେକଜାଣ୍ଡାର ଚୁଚାଲିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଛନ୍ତି ।ସେ ସ୍ପୁଟନିକ ଭିର ପରୀକ୍ଷଣରେ ମେଡିକାଲ ଏଥିକ୍ସର ଉଲ୍ଲଙ୍ଘନ ହୋଇଥିବା କହିଛନ୍ତି । ସେ ସୁରକ୍ଷା ଦୃଷ୍ଟିରୁ ବିଶ୍ୱର ପ୍ରଥମ କରୋନା ଟୀକାର ପଞ୍ଜୀକରଣକୁ ରଦ୍ଦ କରିବାକୁ ଚାହୁଁଥିଲେ । ଏଥିରେ ବିଫଳ ହେବାରୁ ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here