Spread the love

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ଜେଇଇ ଓ ନି.ଇ.ଇ.ଟି ପରୀକ୍ଷାର୍ଥୀମାନଙ୍କ ପାଇଁ କୋଭିଡ଼-୧୯ କଟକଣା ଜାରି କରାଯାଇଛି । ପରୀକ୍ଷାର୍ଥୀମାନେ ମାସ୍କ ପିନ୍ଧିବା ସହ ହାତରେ ଗ୍ଲୋଭସ୍‌ ପିନ୍ଧିବା ବାଧ୍ୟତା ମୂଳକ । ଏହାଛଡ଼ା ସେମାନେ ନିଜ ନିଜର ପାଣି ବୋତଲ ପରୀକ୍ଷା ହଲକୁ ନେଇ ପାରିବେ । ପ୍ରେତ୍ୟକ ପରୀକ୍ଷାର୍ଥୀ ୬ ଫସ୍ୱଙ୍କ ଦୂରତା ନିୟମ ପାଳନ କରିବେ । ପରୀକ୍ଷାରେ ପ୍ରବେଶ ପୂର୍ବରୁ ସେମାନଙ୍କର ଦେହର ତାତି ବା ଟେମ୍ପରେଚର ମପା ଯିବ । ଯେଉଁ ପ୍ରାର୍ଥୀମାନଙ୍କର ଦେହରେ ଜ୍ୱର କିମ୍ବା କୋଭିଡ଼-୧୯ର କୌଣସି ଲକ୍ଷଣ ଥିବ ସୋମାନଙ୍କୁ ସ୍ୱତନ୍ତ୍ର ଭାବେ ସଂଙ୍ଗରୋଧ କରାଯାଇ ପରୀକ୍ଷା ପରିଚାଳନା କରାଯିବ ବୋଲି ପରୀକ୍ଷା ଆୟୋଜନ ସଂସ୍ଥା ପକ୍ଷରୁ ଜାରି ଏସ୍‌.ଓ.ପିରେ ଉଲ୍ଲେଖ କରାଯାଇଛି । ଅନ୍ୟ ପକ୍ଷରେ ଜେଇଇ ଓ ନିଟ୍‌ର ତାରିଖ ପରିବର୍ତ୍ତନ କରିବା ପାଇଁ ଲକ୍ଷାଧିକ ଛାତ୍ରଛାତ୍ରୀ ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ତେବେ ପରୀକ୍ଷା କରାଉଥିବା ସଂସ୍ଥା କିନ୍ତୁ ପରୀକ୍ଷା ଘୁଞ୍ଚାଇବା ସପକ୍ଷରେ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ।

LEAVE A REPLY

Please enter your comment!
Please enter your name here