Spread the love

ନୂଆଦିଲ୍ଲୀ : ରାଜସ୍ଥାନ ରାଜନୀତି ଆଜି ସନ୍ଧ୍ୟାରେ ଭିନ୍ନ ମୋଡ଼ ନେଇଛି । କଂଗ୍ରେସର ବିଦ୍ରୋହୀ ନେତା ସଚ୍ଚିନ ପାଇଲଟ୍ ଓ ତାଙ୍କ ସହଯୋଗୀ ମାନେ ଦୀର୍ଘ ସମୟ ଧରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ସମାଧାନର ବାଟ ଖୋଲିଛି । ପରେ ସଚ୍ଚିନ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ,ମୁଁ ପଦ କିମ୍ବା କ୍ଷମତା ପାଇଁ ଲାଳାୟିତ ନୁହେଁ । କିଛି ସିଦ୍ଧାନ୍ତ ମୂଳକ ଘଟଣାରେ ସାଲିସ କରିବା କଷ୍ଟକର । ବ୍ୟକ୍ତିଗତ ଭାବେ ତାଙ୍କ ବିରୋଧରେ କରାଯାଉଥିବା ଅପପ୍ରଚାରକୁ ନେଇ ସେ ମର୍ମାହତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ନାଁ ନନେଇ ଶ୍ରୀ ପାଇଲଟ୍ ଆହୁରି କହିଥିଲେ ଯେ ବିଭିନ୍ନ ସମସ୍ୟା ଏବେ ରାଜସ୍ଥାନ ରାଜନୀତିରେ ଦେଖାଦେଇଛି । ସମସ୍ତ ବିଷୟ ସେ ପାର୍ଟି ହାଇକମାଣ୍ଡରଙ୍କ ସାମ୍ନାରେ ରଖିଛନ୍ତି । ସେ କୌଣସି ପଦବୀ ପାଇଁ ମଧ୍ୟ ଲାଳାୟିତ ନୁହନ୍ତି । ପାଇଲଟଙ୍କ ବୟାନ ପରେ ରାଜସ୍ଥାନର ଅଶୋକ ଗେହେଲଟଙ୍କ ସରକାର ପ୍ରତି ଆଉ ବିପଦ ନଥିବା ସ୍ପଷ୍ଟ ହୋଇଛି। ଦଳ ପକ୍ଷରୁ ଏକ ତିନି ଜଣିଆ କମିଟି ଗଠନ କରାଯାଇ ସମସ୍ତ ଘଟଣା ସମ୍ପର୍କରେ ଅନୁସନ୍ଧାନ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here