Spread the love

ନୂଆଦିଲ୍ଲୀ : ଫୋନ କିଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଏବେ ଭାରତରେ ଶସ୍ତା ହେଲା ସାମସଙ୍ଗ ଗାଲାକ୍ସି A51 ଏବଂ ଗାଲାକ୍ସି A71 ଫୋନର ମୂଲ୍ଯ । ତେବେ ଏହି ଫୋନ ଦୁଇଟିର ପ୍ରାରମ୍ଭିକ ମୂଲ୍ୟ ଯଥାକ୍ରମେ ୨୩,୯୯୯ ଏବଂ ୨୯,୯୯୯ ଟଙ୍କା ରଖାଯାଇଥିଲା |ଜିଏସଟି ବୃଦ୍ଧି ହେତୁ ଏପ୍ରିଲରେ ଫୋନର ମୂଲ୍ୟ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ କମ୍ପାନୀ ଅଫଲାଇନ୍ ଷ୍ଟୋର୍‌ଗୁଡିକରେ ସେମାନଙ୍କର ମୂଲ୍ୟ ହ୍ରାସ କରିଛି।ସାମସଙ୍ଗର ୱେବସାଇଟରେ ଏହାର ବର୍ତମାନ ମୂଲ୍ୟ ବିବରଣୀ ପ୍ରଦାନ କରାଯାଇଛି । ସାମସଙ୍ଗ ଗାଲାକ୍ସି A71 ମୂଲ୍ୟ ବର୍ତ୍ତମାନ ୩୧,୯୯୯ ରୁ ୩୦,୯୯୯ ଟଙ୍କାକୁ ବଦଳି କରାଯାଇଛି । ସେଭଳି ସାମସଙ୍ଗ ଗାଲାକ୍ସି A51 ର ମୁଲ୍ୟ ବର୍ତ୍ତମାନ ୨୫,୨୫୦ ରୁ ୨୩,୯୯୯ଟଙ୍କାକୁ ହ୍ରାସ କରାଯାଇଛି |

LEAVE A REPLY

Please enter your comment!
Please enter your name here