Spread the love

ମୁମ୍ବାଇ
ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତରେ ସିବିଆଇ ପରେ ଏନସିବି ସାମିଲ ହୋଇଛି । ସେ ଏହି ମାମଲାର ଡ୍ରଗ୍ସ ଆଙ୍ଗେଲର ଯାଞ୍ଚ କରୁଛି । ସେ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ କେସ ରୁଜୁ କରିଛି । ଆଜି ସକାଳେ ଏନସିିବି ରିୟା ଏବଂ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କ ଘରେ ଚଢଉ କରିଛିା ସୂଚନା ଅନୁଯାୟୀ ପ୍ରାୟ ।୨ ଘଣ୍ଟାର ଚଢଉ ପରେ ଏନସିବି ସାମୁଏଲ ମିରାଣ୍ଡାଙ୍କୁ ଅଟକ ରଖିଛି । ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରଫିକ ସବଷ୍ଟାନ୍ସ ଆକ୍ଟ, ୧୯୮୫ ବଳରେ ତାଙ୍କୁ ଅଟକ ରଖାଯାଇଛି । ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ଲାଗି ତାକୁ ଏନସିବି ପଚରାଉଚୁରା କରୁଛି । ଏହା ସହିତ ତାହାକୁ ଏନସିବିର ମୁଖ୍ୟ ଅଫିସକୁ ନିଆଯାଇଛି । ସୂଚନାଯୋଗ୍ୟ ଯେ ମିରାଣ୍ଡା ଏବଂ ରିୟା ଡ୍ରଗ୍ସ ଏବଂ ଗଞ୍ଜେଇ ବିଷୟରେ ଆଲୋଚନା କରୁଥିବାର ହ୍ୱାଟସଆପ ଚାଟକୁ ରିକଭରି କରାଯାଇଛି । ଏହା ଜଣାପଡିବା ପରେ ରିୟା ଜୀବନରେ କେବେ ଡ୍ରଗ୍ସ ନେଇ ନାହାନ୍ତି ବୋଲି ତାଙ୍କ ଓକିଲ ସତୀଶ ମାନସିନ୍ଧେ ସଫେଇ ଦେଇଛନ୍ତି । ଏହା ସହିତ ଅଭିନେତ୍ରୀ ବ୍ଲଡ ଟେଷ୍ଟ ପାଇଁ ପ୍ରସ୍ତୁତଥିବା ସେ ି କହିଛନ୍ତି ।

LEAVE A REPLY

Please enter your comment!
Please enter your name here