Spread the love

ମୁମ୍ବାଇ : ବଲିଓଡ୍‌ ର ଅନ୍ୟତମ ପ୍ରଖ୍ୟାତ ସୁପରଷ୍ଟାର ସଂଜୟ ଦତ୍ତଙ୍କ ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା ହେବାରୁ ତାଙ୍କୁ ତୁରନ୍ତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ତାଙ୍କୁ କରୋନା ହୋଇଥିବା ସଂନ୍ଦେହ କାରାଯାଉଥିବା ବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ସୂଚନାଯୋଗ୍ୟ ଯେ ନିକଟରେ ତାଙ୍କ ଜନ୍ମଦିନ ଅବସରରେ ଆସୁଥିବା ଆଗାମି ଚଳଚିତ୍ର କେ.ଜି.ଏଫ. ଚାପ୍ଟର-୨ ର ପ୍ରଥମ ଲୁକ୍‌ ସେ ସୋସିଆଲ୍‌ ମିଡିଆରେ ପ୍ରକାଶ କରିଥିଲେ ସେଥିରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ, ଏଥି ସହିତ ମହେଶ ଭଟ୍ଟଙ୍କ ଆଗାମି ଚଳଚିତ୍ର ସଡକ-୨ ରେ ମଧ୍ୟ ତାଙ୍କୁ ଏକ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏବେ ସଂଜୟ ଦତ୍ତ ଅସୁସ୍ଥ ହେବା ଘଟଣା ପୁଣି ଚର୍ଚ୍ଚାର ବିଷୟ ପାଲିଟିଛି ।

LEAVE A REPLY

Please enter your comment!
Please enter your name here