Spread the love

ନୂଆଦିଲ୍ଲୀ : ଗତ ଲକ୍‌ ଡାଉନ ସମୟରେ ଦେଶସାରା ସମସ୍ତ ସ୍ଥାନରେ ବିମାନ ଉଡାଣକୁ ବାତିଲ କରାଯାଇଥିଲା । ତେବେ ବିମାନରେ ଆତଯାତ ପାଇଁ ଟିକଟ କରିଥିବା ଯାତ୍ରୀମାନଙ୍କୁ ସମସ୍ତ ଅର୍ଥ ମିଳି ନଥିଲା । ସର୍ବନିମ୍ନ ବାତିଲ ଫି କୁ ଛାଡ଼ି ବିବାନ କମ୍ପାନୀଗୁଡ଼ିକ ବକେୟା ଅର୍ଥ ଫେରସ୍ତ କରିଥିଲେ । ତେବେ ସର୍ବନିମ୍ନ ଅର୍ଥ ରାଶି ୨ ହଜାର ଟଙ୍କାରୁ ସବୁବେଳେ ଅଧିକ ରହିଥାଏ । ତେବେ ଏନେଇ ସୁପ୍ରିମ କୋର୍ଟରେ ପ୍ରଭାସୀ ଲିଗାଲ ସେଲ ନାମକ ସଂସ୍ଥା ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲା । ସୁପ୍ରିମ କୋର୍ଟର ମାନ୍ୟବର ବିଚାର ପତି ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠରେ ଚାଲିଥିବା ଏହି ମାମଲାର ବିଚାର କରି ମାନ୍ୟବର ଖଣ୍ଡପୀଠ ସମସ୍ତ ବିମାନ କମ୍ପାନୀକୁ ନୋଟିସ ଜାରି କରିଛନ୍ତି । ଏହାଛଡ଼ା କେନ୍ଦ୍ର ସରକାରଙ୍କୁ ମଧ୍ୟ ଏନେଇ ସ୍ୱତନ୍ତ୍ର ଭାବେ ନୋଟିସ ଜାରି କରାଯାଇଛି । ଏଥିପାଇଁ ମାନ୍ୟବର ଅଦାଲତ ୧୦ ଦିନ ଜାବବ ଦାଖଲ କରିବାକୁ ସମୟ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଅସନ୍ତା ୨୩ ତାରିଖରେ ହେବ ।

LEAVE A REPLY

Please enter your comment!
Please enter your name here