Spread the love

ନୂଆଦିଲ୍ଲୀ: ମଙ୍ଗଳବାର ବରିଷ୍ଠ ନାଗରିକମାନଙ୍କ ପାଇଁ ସୁପ୍ରିମକୋର୍ଟ ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି । ସୁପ୍ରିମକୋର୍ଟ କରୋନା ପରିସ୍ଥିତିରେ ବରିଷ୍ଠ ନାଗରିକଙ୍କ ଯତ୍ନ ସହ ସେମାନଙ୍କୁ ଠିକ୍ ସମୟରେ ପେନସନ, ମାସ୍କ, ସାନିଟାଇଜର ସହ ଅତ୍ୟାବଶ୍ୟକୀୟ ଉତ୍ତମ ସେବା ଯୋଗାଇ ଦିଆଯିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ବେଞ୍ଚରେ ସରକାରଙ୍କୁ ତୁରନ୍ତ ଏହାର ଜବାବ ଦେବାକୁ ସେ କହିଛନ୍ତି। ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର ସୁପ୍ରିମକୋର୍ଟରେ କରୋନା କାଳରେ ବରିଷ୍ଠ ନାଗରିକଙ୍କ ସମସ୍ୟା ସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ । ଏହାର ବିଚାର କରି ସୁପ୍ରିମକୋର୍ଟ ବୟସ୍କ ଲୋକମାନେ କରୋନା ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ହାତପାହାନ୍ତାରେ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here