Spread the love

ନୂଆଦିଲ୍ଲୀ
ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିବାରେ ଲାଗିଛି । ବିଶେଷ କରି କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲାଗିଥିବା ଲକଡାଉନ ପର ଠାରୁ ତୈଳ ଦର ବୃଦ୍ଧିିି ପାଇବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ଗରିବ ଲୋକଙ୍କ ଉପରେ ପଡୁଛି । ଏଥିଯୋଗୁଁ ମାଲ ପରବିହନ ମହଙ୍ଗା ହେବା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଘଟୁଛି । ତେବେ ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣରେ ହସ୍ତକ୍ଷେପ ଦାବି କରି ସୁପ୍ରିମକୋର୍ଟରେ ପିଟିସନ ରୁଜୁ କରାଯାଇଥିଲା । ତେବେ କୋର୍ଟ ଆଜି ଏହି ମାମଲାର ଶୁଣାଣୀ କରି ଆବେଦନକୁ ଖାରଜ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here