Spread the love

ନୂଆଦିଲ୍ଲୀ : କୌଣସି ପରିସ୍ଥିତିରେ ସୁପ୍ରିମ କୋର୍ଟରେ କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିବା ପରେ ତାଙ୍କ ବିରୋଧରେ ଚାଲିଥିବା ମାମଲା ଭିନ୍ନ ମୋଡ ନେଇଛି । ଦେଶର ସଲିସିଟର ଜେନେରାଲ କେ.କେ.ଭେନୁଗୋପାଳ କୋର୍ଟ ତାଙ୍କ ଆଡୁ କେବଳ ଚେତାବନୀ ଦେଇ ମାମଲାକୁ ଏଠାରେ ପୂର୍ଣ୍ଣ ଛେଦ ପକାଇବା ପାଇଁ ଅନୁରୋଧ କରିଛନ୍ତି । ତେବେ ଆଜି ହୋଇଥିବା ଶୁଣାଣି ଶେଷ ପରେ ମାନ୍ୟବର ଖଣ୍ଡପୀଠ ରାୟକୁ ସଂଗ୍ରକ୍ଷିତ ରଖିଛନ୍ତି ।  ଜଷ୍ଟିସ ଅରୁମ ମିଶ୍ରଙ୍କ ନେତୃତ୍ୱାଧୀନ ପୀଠ ଏହି ମାମଲାର ବିଚାର କରୁଛନ୍ତି । ଏହି ସମୟରେ ପୀଠ ୩୦ ମିନିଟ ମଧ୍ୟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତିା
ମାମଲାରୁ ପ୍ରକାଶ ଯେ, ପ୍ରଶାନ୍ତ ଭୂଷଣଙ୍କ ଟୁଇଟକୁ ଅପମାନ ବୋଲି ଗ୍ରହଣ କରି ମାନ୍ୟବର ସୁପ୍ରିମ କୋର୍ଟ ନିଜ ଆଡୁ ଅଦାଲତ ଅବମାନନା ମୋକଦ୍ଦମା ରୁଜୁ କରିଥିଲେ । ଏହାପରେ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ କୋର୍ଟ କହିଥିଲେ । ତେବେ କୌଣସି ପରିସ୍ଥିତିରେ କୋର୍ଟରେ ସେ କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି କହିଛନ୍ତି । ଏଥିସହ ସେ ଏହି ଘଟଣାକୁ ନେଇ ଏବେ ଆଇନଜୀବୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି । ଗୋଟିଏ ଗୋଷ୍ଠୀ ପ୍ରଶାନ୍ତ ଭୂଷଣ କୌଣସି ପ୍ରକାର ଭୂଲ କରିନଥିବା କହିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ତାଙ୍କୁ ଦଣ୍ଡ ଦେବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ସୁପ୍ରିମ କୋର୍ଟର ବିଚାରପତିଙ୍କ ଆଚରଣକୁ ନେଇ ନାନା ମହଲରେ ମଧ୍ୟ ନାନା ମତ ଦେଖା ଦେଇଛି । ପ୍ରଶାନ୍ତ ଭୂଷଣଙ୍କ ମାମଲାରେ ବିଚାର କରୁଥିବା ୩ଜଣିଆ ଖଣ୍ଡପୀଠ ଆଜି କହିଛନ୍ତି ଯେ, ସିହବାର ସୀମା ରହିଛି । ତେବେ ସର୍ବସାଧାରଣରେ କିମ୍ବା ଗଣ ମାଧ୍ୟମରେ ବିଚାର ପତିମାନଙ୍କ ମତ ପ୍ରକାଶକୁ ନେଇ ବାରଣ ଥିôବା ବେଳେ ଦଣ୍ଡ ବିଧାନ ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି । ଏହାଛଡ଼ା ଆମେ ରାୟରେ ଯାହା ଲେଖିବା କଥା ଲେଖିବୁ, କହିବା ଆମର କାମ ନୁହେଁ ବୋଲି ଖଣ୍ଡପୀଠ ମତ ବ୍ୟକ୍ତ କରିଛନ୍ତି । ତେବେ ପ୍ରଶାନ୍ତ ଭୂଷଣଙ୍କୁ ଏବେ ଅଧିକ ସାଧାରଣ ଜନତାଙ୍କ ସହ ବରିଷ୍ଠ ଓକିଲଙ୍କ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ଯୁବଗୋଷ୍ଠୀ ପ୍ରଶାନ୍ତ ଭୂଷଣଙ୍କ ଟୁଇଟକୁ ରି ଟୁଇଟ କରୁଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here