Spread the love

ନୂଆଦିଲ୍ଲୀ
ଟ୍ରେନ ଲାଇନ କଡରେ ବାସ କରୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ ଏକ ଖରାପ ଖବର ଆସିଛି । ଜାତୀୟ ରାଜଧାନୀ ଦିଲ୍ଲୀର ୧୪୦ କିମି ଦୈର୍ଘ୍ୟ ବିଶିଷ୍ଟ ଟ୍ରେନ ଟ୍ରାକ କଡରେ ରହୁଥିବା ୪୮ ହଜାର ବସ୍ତି ବାସିନ୍ଦାଙ୍କୁ ହଟାଇବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏଥିପାଇଁ ୩ ମାସ ସମୟ ଦେଇଛନ୍ତି । ଏହା ସହିତ କୌଣସି କୋର୍ଟ ବସ୍ତି ଉଚ୍ଛେଦ ଉପରେ ରୋକ କିମ୍ବା ସ୍ଥଗିତାଦେଶ ଲଗାନ୍ତୁ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ପୀଠ ଗତ ୩୧ ତାରିଖରେ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ି ଟ୍ରେନ ଟ୍ରାକ କଡର ବସ୍ତି ଉଚ୍ଛେଦ ପାଇଁ କୌଣସି ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଲାଗିଥିଲେ ତାହା ପ୍ରଭାବୀ ହେବ ନାହିଁ ।

LEAVE A REPLY

Please enter your comment!
Please enter your name here