Spread the love

ନୂଆଦିଲ୍ଲୀ
ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ ୧୯୮୪ ଶିଖ ବିରୋଧୀ ଦଙ୍ଗାରେ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏବେ ସେ ଆଜୀବନ କାରାଦଣ୍ଡାଦେଶ ଭୋଗ କରୁଛନ୍ତି । ସେ ଚିକିତ୍ସା ପାଇଁ ଜାମିନ ଆବେଦନ କରିଥିଲେ । ତେବେ କୋର୍ଟ ଏହାକୁ ଖାରଜ କରିଦେଇ କହିଛନ୍ତି ଯେ ମେଡିକାଲ ରିପୋର୍ଟରେ ହସ୍ପିଟାଲରେ ଆଡମିଟ ହୋଇ ଚିକିତ୍ସିତ ହେବାର ଆବଶ୍ୟକତା ନଥିବା ଉଲ୍ଲେଖ କରାଯାଇଛି । ତେଣୁ ସେ ଆଡମିଟ ହେବାର ଆବଶ୍ୟକତା ନାହିଁ । ମାତ୍ର ି ଫିଜିକାଲ ହିୟରିଂ ଆରମ୍ଭ ହେବା ପରେ ଦୋଷୀ ସାବ୍ୟସ୍ତ କରିବାକୁ ନେଇ ସେ ଆଗତ କରିଥିବା ମାମଲାର ଶୁଣାଣୀ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here