Spread the love

ନୂଆଦିଲ୍ଲୀ : ଋଣ ମୋରାଟୋରିୟମ ସମୟକୁ ନେଇ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଓ ଆର୍‌.ବି.ଆଇକୁ କଡା ତାଗିଦ ସହ ଶେଷ ଥର ଲାଗି ସମୟ ପ୍ରଦାନ କରିଛନ୍ତି । ମାନ୍ୟବର ଅଦାଲତ ଆଜି ଏହି ମାମଲାର ବିଚାର କରି କହିଛନ୍ତି ଯେ, ଆଉ ସମୟ ଦେଇ ହେବ ନାହିଁ । ଆଜି କେନ୍ଦ୍ର ସରକାର ଓ ଆର.ବି.ଆଇ ପକ୍ଷରୁ ସୁପ୍ରିମ କୋର୍ଟରେ ଦିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ କାରାଯାଇଛି ଯେ, ଲୋନ ମୋରାଟରିୟମ ବିଷୟକୁ ନେଇ ସରକାର, ବ୍ୟାଙ୍କ, ଆର୍‌.ବି.ଆଇ ଓ ଗ୍ରାହକମାନଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏନେଇ କୌଣସି ଶେଷ ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ମାନ୍ୟବର ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର୍‌.ସୁବାଷ ରେଡ୍ଡି ଓ ଜଷ୍ଟିସ ଏମ୍‌.ଆର୍‌.ସାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି କେନ୍ଦ୍ରକୁ ଶେଷଥର ଲାଗି ୧୫ଦିନ ସମୟ ପ୍ରଦାନ କରିଛନ୍ତି । ପୂର୍ବରୁ କୋର୍ଟ ଦେଇଥିବା ଆଦେଶ ଅନୁଯାୟୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଋଣ କିସ୍ତି କିମ୍ବା ସୁଧ ପୈଠ କରିନଥିôବା ଋଣ ଗ୍ରହୀତାଙ୍କୁ ଏନ୍‌.ପି.ଏ ତାଲିକା ଭୁକ୍ତ ନକରିବା ଆଦେଶକୁ ମଧ୍ୟ କୋର୍ଟ ବଳବର୍ତ୍ତର ରଖିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ଆଗାମୀ ଶୁଣାଣୀରେ ସରକାରଙ୍କୁ ନିର୍ଦ୍ଦିଷ୍ଟ ଉତ୍ତର କୋର୍ଟରେ ଦାଖଲ କରିବାକୁ ପଡ଼ିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫ଦିନ ମହଲତ ମଗାଯିବା ଘଟଣାକୁ ନେଇ ମାନ୍ୟବର କୋର୍ଟ କହିଥିଲେ ଏ ୧୫ ଦିନ ସମୟରେ ସରକାର କଣ କରିବେ । ତେବେ କେନ୍ଦ୍ର ସରକାରଙ୍କୁ କୋର୍ଟ ସମୟ ପ୍ରଦାନ କରିବା ସହ ପରବର୍ତ୍ତୀ ଶୁଣାଣୀ ଚୂଡାନ୍ତ ଶୁଣାଣୀ ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here