Spread the love

ୱାଶିଂଟନ : ବହୁ ପରିକ୍ଷା ନୀରିକ୍ଷା ପରେ କୋଭିଡ-୧୯ ର ଟୀକା ଉଦ୍ଭାବନ ପାଇଁ ବିଭିନ୍ନ ଦେଶ ପକ୍ଷରୁ ଉଦ୍ୟମ ଜାରି ରହିଛି । କରୋନା ଭାଇରସର ଏକ ଗୁମର ଏବେ ବୈଜ୍ଞାନିକମାନଙ୍କ ନଜରକୁ ଅସିଛି । ଅନ୍ୟ ପକ୍ଷରେ କହିଲେ କରୋନା ଭାଇରସର ସବୁଠାରୁ ବଡ ଦୁର୍ବଳତାକୁ ଏବେ ବୈଜ୍ଞାନିକମାନେ ଖୋଜି ପାଇବାରେ ସଫଳ ହୋଇଛନ୍ତି । ଋଷିଆ ର ଭିକ୍ଟର ଷ୍ଟେଟ୍‌ ରିସର୍ଚ ସେଣ୍ଟର ଅପ୍‌ ଭାଇରୋଲୋଜି ଏଣ୍ଟ୍‌ ବାୟୋଟେକ୍ନୋଲୋଜି ପକ୍ଷରୁ କରାଯାଇଥିବା ଏକ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି ଯେ ସାଧାରଣ ଜଳ କରୋନା ଭାଇରସକୁ ବ୍ୟାପିବାରେ ଲଗାମ ଲଗାଇପାରିବ । ଏପରିକି ସାଧାରଣ ଘର ତାପମାତ୍ରାରେ ୯୦% ଭାଇରସ ୨୪ ଘଣ୍ଟା ମଧ୍ୟରେ ଆପେ ଆପେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟାନ୍ୟ ପରିସ୍ଥିତିରେ ଏହା ୭୨ ଘଣ୍ଟାରେ ମୃତ୍ୟୁବରଣ କରୁଛନ୍ତି । ତେବେ ଗରମ ପାଣିରେ କୋଭିଡ-୧୯ର ଭାଇରସ ସଂଗେ ସଂଗେ ମୃତ୍ୟୁବରଣ କରୁଥିବାର ଏହି ବୈଜ୍ଞାନିକ ମାନେ ସେମାନଙ୍କ ଗବେଷଣାରୁ ଜାଣିପାରିଛନ୍ତି । ଲୁଣି ପାଣିରେ ଯଦିଓ ଏହି ଭାଇରସ ନିଜର ବଂଶବିସ୍ତାର କରିପାରେ ନାହିଁ, ତେବେ ଏହା କିଛି ସମୟ ପାଇଁ କେତେକ ପରିସ୍ଥିତିରେ ବଞ୍ôଚରହୁଥିବା ଏହି ବୈଜ୍ଞାନିକମାନେ ଜାଣି ପାରିଛନ୍ତି । ସେହିଭଳି ଗରମ ଲୁଣ ପାଣି ଏହି ଭାଇରସକୁ ମାରିବା ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ବୈଜ୍ଞାନିକମାନେ ତାଙ୍କ ପରିକ୍ଷାରୁ ସ୍ପଷ୍ଟ ହୋଇଛନ୍ତି । ଯେଉଁ ବ୍ୟକ୍ତିମାନେ ଉଷୁମ ପାଣି ପିଇବାରେ ଅଭ୍ୟସ୍ତ ସେମାନଙ୍କୁ ଏହି ଭାଇରସ ସ୍ପର୍ଶ କରିପାରିବ ନାହିଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଠ କରିଛନ୍ତି । ସୂଚନାଯୋଗ୍ୟ ଯେ ଏବେ ଋଷିଆ କରୋନା ଟିକା ଉଦ୍ଭାବନରେ ଶେଷ ସୀମାରେ ପହଞ୍ଚିଥିବା ବେଳେ କିଛିଦିନ ମଧ୍ୟରେ ବିଶ୍ୱକୁ ଖୁସି ଖବର ଦେବ ବୋଲି ସଂପୃକ୍ତ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here