Spread the love

ୱାସିଂଟନ୍: କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ରୋଗୀଙ୍କ ଶ୍ବାସନଳୀ ଜୀବକୋଷର ଫଟୋ ବୈଜ୍ଞାନିକମାନେ ପରୀକ୍ଷାଗାରରେ ବିକଶିତ କରି ଚିତ୍ର ପ୍ରକାଶ କରିଛନ୍ତି।ନିଉ ଇଂଲଣ୍ଡ୍‌ ଜର୍ଣ୍ଣାଲ୍‌ ଅଫ୍ ମେଡିସିନ୍‌ରେ ଏହି ଫଟୋ ପ୍ରକାଶ ପାଇଛି ।ଫୁସ୍‌ଫୁସ୍‌ରେ ଥିବା ପ୍ରତି ଜୀବକୋଷରେ କେତେ ସଂଖ୍ୟକ ଭୂତାଣୁ ସୃଷ୍ଟି ହୋଇ ବାହାରୁଛନ୍ତି ତାହା ଏହି ଫଟୋରୁ ଦେଖିବାକୁ ମିଳିଛି ।ଶ୍ବାସନଳୀରେ ସାର୍ସ-କୋଭ୍-୨’ ସଂକ୍ରମଣ କେଡ଼େ ତୀବ୍ର ହୋଇପାରେ ତାହା ବୁଝାଇବା ଲାଗି ‘ୟୁନିଭର୍ସିଟି ଅଫ୍ ନର୍ଥ କ୍ୟ‌ାରୋଲିନା ଚିଲ୍‌ଡ୍ରେନ୍‌ସ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର କ୍ୟାମିଲି ଏର୍‌ଙ୍କ ସମେତ ଅନ୍ୟ ଗବେଷକମାନେ ଉଠାଇ ଏହି ଫଟୋ ଉଠାଇଛନ୍ତି।ଏହି ଗବେଷଣାରେ ବୈଜ୍ଞାନିକମାନେ ମାନବର ଫୁସ୍‌ଫୁସ୍‌ରେ ଥିବା ବ୍ରୋଙ୍କିଲା ଏପିଥେଲିଆ ଜୀବକୋଷରେ ଅଭିନବ କରୋନଭାଇରସ୍‌ ‘ସାର୍ସ-କୋଭ୍-୨’ ପ୍ରବେଶ କରାଇଥିଲେ। ୯୬ ଘଣ୍ଟା ପରେ ତାହାକୁ ସେମାନେ ଉଚ୍ଚ କ୍ଷମତାସମ୍ପନ୍ନ ସ୍କାନିଙ୍ଗ୍ ଇଲେକ୍ଟ୍ରୋନ୍ ମାଇକ୍ରୋସ୍କୋପିରେ ଅନୁଶୀଳନ କରିଥିଲେ।

LEAVE A REPLY

Please enter your comment!
Please enter your name here