Spread the love

ଭୁବନେଶ୍ବର: ରାଜ୍ୟରେ ମନ୍ଦିର ଖୋଲିବା ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ।ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲିଥିବା ବେଳେ ଓଡ଼ିଶାରେ କାହିଁକି ବନ୍ଦ ରହିବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, ମନ୍ଦିର ଖୋଲିଲେ ଚାପଗ୍ରସ୍ତ ହୋଇପଡ଼ିଥିବା ଲୋକ ମାନସିକ ଶାନ୍ତି ପାଇବେ ।ତେବେ କଟକଣା ଭିତରେ ରଥଯାତ୍ରା ହୋଇପାରିଲା, ସେହିଭଳି ଆବଶ୍ୟକ ଗାଇଡଲାଇନ ଭିତରେ ମନ୍ଦିର ଖୋଲିବାକୁ ସେ ପରାମର୍ଶ ଦେଇଛନ୍ତି । ସେପଟେ ଆସନ୍ତା ସପ୍ତାହରେ ମନ୍ଦିର ଖୋଲିବାକକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଜଟଣୀ ବିଧାୟକ ।କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ମନ୍ଦିର ଖୋଲିବା ସପକ୍ଷରେ ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here