Spread the love

ଭୁବନେଶ୍ୱର : ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ ବସିବା ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।ବାଚସ୍ପତିଙ୍କ କହିବା ଅନୁଯାୟୀ, ବିଧାନସଭା ବୈଠକକୁ ନେଇ ଲୋକସଭାର ବାଚସ୍ପତି ଓ ସଚିବଙ୍କ ସହ ଆଲୋଚନା ଜାରି ରହିଛି । ଗାଇଡଲାଇନ ଆସିବା ପରେ ରାଜ୍ୟର କରୋନା ସ୍ଥିତି ଦେଖି ଏହି ବିଷୟରେ ନିଷ୍ପତ୍ତି ନିଆଯିବ ।ବର୍ତ୍ତମାନ ରାଜସ୍ଥାନ ବିଧାନସଭା ଜାରି ରହିଛି। ଆଗକୁ ଲୋକସଭା ଅନୁଷ୍ଠିତ ହେବାକୁ ଯାଉଛି ।ଲୋକସଭାର କାର୍ଯ୍ୟ ଦେଖିବା ପରେ ହିଁ ନିଷ୍ପତ୍ତି ନିଆଯିବ ।

LEAVE A REPLY

Please enter your comment!
Please enter your name here