Spread the love

ଭୁବନେଶ୍ୱର : ରାଜଧାନୀରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆରଏମ୍‌ଆରସି ପକ୍ଷରୁ ବିଏମ୍‌ସିକୁ ଦିଆଯାଇଛି । ଭୁବନେଶ୍ୱରରର ପ୍ରାୟ ୭୭ହଜାର ଲୋକେ ନିଜ ଅଜାଣତରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଲେଣି। ଅନ୍ୟ ସହର ତୁଳନାରେ ଭୁବନେଶ୍ୱରରେ କମ୍‌ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଏଣୁ ଆଗକୁ ଦ୍ରୁତ ସଂକ୍ରମଣର ବିପଦ ଅଧିକ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଭୁବନେଶ୍ୱରରେ କରୋନା ପରୀକ୍ଷାରୁ ଏବେସୁଦ୍ଧା ୧୨ହଜାର ୪୦୩ ଜଣ ଆକ୍ରାନ୍ତ ହୋଇଥିବା ବିଏମ୍‌ସି କହିଛି କିନ୍ତୁ ସେରୋଲୋଜିକାଲ ସର୍ଭେ କହୁଛି, ବାସ୍ତବ ସଂକ୍ରମିତଙ୍କ ସଂଖ୍ୟାଠାରୁ ପ୍ରାୟ ୬ଗୁଣା ଅଧିକ ଲୋକେ ନିଜ ଅଜାଣତରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଲେଣି। ଦ୍ୱିତୀୟ ପର୍ଯ୍ୟାୟ ସେରୋ ରିପୋର୍ଟରେ ୫.୧୫% ଲୋକଙ୍କ ଶରୀରରେ ଆଣ୍ଟିବଡିର ଉପସ୍ଥିତିର ବାହାରିଛି । ଅଗଷ୍ଟ ୨୭ ତାରିଖରେ ସର୍ଭେ ଆରମ୍ଭ ହୋଇଥିଲା । ଆରଏମ୍‌ଆରସି, ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ସର୍ଭେ କରିଥିଲେ। ଦୁଇ ଦିନ ଧରି ସର୍ଭେ ଚାଲିଲା । ପ୍ରଥମ ଦିନରେ ୧୫ଟି ୱାର୍ଡରୁ ନମୁନା ସଂଗ୍ରହ ହୋଇଥିବାବେଳେ ଦ୍ୱିତୀୟ ଦିନ ୧୦ଟି ୱାର୍ଡରେ ସର୍ଭେ ହୋଇଛି। ମୋଟ ୨୫ଟି ୱାର୍ଡରେ ସର୍ଭେ ହୋଇଛି। ଦୁଇ ଦିନରେ ମୋଟ ୧୩୨୦ ନମୁନା ସଂଗ୍ରହ ହୋଇଥିଲା। ତେବେ ଏହି ସର୍ଭେ କେବଳ ଗୋଷ୍ଠୀସ୍ତରରେ କରାଯାଇଛି। ଏବେସୁଦ୍ଧା ହାଇରିସ୍କ ବା ସମ୍ବେଦନଶୀଳ ବର୍ଗଙ୍କ ସର୍ଭେ ହୋଇନି। ୫ଦିନ ଭିତରେ ସେମାନଙ୍କ ସର୍ଭେ ହେବ। ତେବେ ଅନ୍ୟ ରାଜ୍ୟର ସହର ତୁଳନାରେ ଭୁବନେଶ୍ୱରରେ ବହୁତ କମ୍‌ ଲୋକଙ୍କଠାରେ ଆଣ୍ଟିବଡ଼ି ଥିବା ସୂଚନା ମିଳିଛି। ଦିଲ୍ଲୀରେ ୨୯.୧ଧ, ଅହମ୍ମଦାବାଦରେ ୨୩.୨୪ଧ, ଇନ୍ଦୋରରେ ୭.୭୨ଧ, ସଂକ୍ରମିତ ହୋଇ ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ଥିବା ସର୍ଭେ କହୁଛି। ପୂର୍ବରୁ ଭୁବନେଶ୍ୱରରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେରେ ୧.୪୨ଧ ଲୋକଙ୍କ ଶରୀରରେ ଆଣ୍ଟିବଡି ବାହାରିଥିଲା । ପ୍ରଥମ ପର୍ଯ୍ୟାୟ ସର୍ଭେର ୨୮ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ହୋଇଛି।
ଆଗକୁ ଆହୁରି ସଂକ୍ରମଣ ବଢିବା ଆସଙ୍କାନେଇ ସମସ୍ତେ ସତର୍କ ରହି କୋଭିଡ୍‌ ଗାଇଡଲାଇନକୁ କଡାକଡି ମାନିବାକୁ ବିଏମ୍‌ସି କମିଶନର କହିଛନ୍ତି।

LEAVE A REPLY

Please enter your comment!
Please enter your name here