Spread the love

ନୂଆଦିଲ୍ଲୀ
ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ ଘଟିଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ଲମ୍ପ ସୂଚନା ଦେଇଛନ୍ତି । ତେବେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହି ଘଟଣା ପରେ ସିକ୍ରେଟ ସର୍ଭିସ ଅଧିକାରୀମାନେ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଗୁଳିକାଣ୍ଡ ଭିଆଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି ଏବଂ ଜବାବୀ କାର୍ଯ୍ୟାନୁଷ୍ଠାନରେ ତାଙ୍କ ଦେହରେ ଗୁଳି ବାଜିିଛି । ପରେ ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିପାଇଁ ସିକ୍ରେଟ ସର୍ଭିସ ଅଧିକାରୀଙ୍କୁ ଟ୍ରମ୍ପ ଧନ୍ୟବାଦ ଦେଇଛନ୍ତି । ସୂଚନା ଅନୁଯାୟୀ ଗୁଳିମାଡ ସମୟରେ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ଗୁଳି ଫୁଟିବା ପରେ ସୁରକ୍ଷା ଅଧିକାରୀମାନେ ଟ୍ରମ୍ପଙ୍କୁ ପୋଡିୟମରୁ ଓହ୍ଲାଇ ଯିବାକୁ କହିଥିଲେ । ତେଣୁ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀରୁ ଚାଲି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here