Spread the love

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ସୀମାରେ କିଛିଦିନଧରି ବିବାଦ ଲାଗିରହିଛି । ଏନେଇ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଲେହ ସୀମା ପରିଦର୍ଶନ କରିଛନ୍ତି। ସୀମା ରେଖାରେ ଉତ୍ତେଜନା ଜାରି ରହିଥିବା ବେଳେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ଗୁରୁତର ଥିବା ସେ କହିଛନ୍ତି । ଏହା ସହ ଆମର ସୈନିକମାନଙ୍କର ମନୋବଳ ବହୁତ ଦୃଢ ରହିଛି ଏବଂ ସେମାନେ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି।ସ୍ଥଳସେନା ମୁଖ୍ୟ ଜେନେରାଲ ନରୱଣେ ଦୁଇଦିନିଆ ଲେହ ଗସ୍ତରେ ଯାଇଥିଲେ ।ସେଠାରେ ସେ ପୂର୍ବ ଲଦାଖ ଘାଟୀଗୁଡ଼ିକୁ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here