Spread the love

ଲେହ
ଚୀନକୁ ଲାଗି ରହିଥିବା ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସ)ର ସ୍ଥିତି ଜଟିଳ ରହିଛି । ଏହି ଅଞ୍ଚଳରେ ସ୍ଥିତି ବଜାୟ ରଖିବା ପାଇଁ ଭାରତୀୟ ସେନା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ଆମ ଯବାନଙ୍କ ମନୋବଳ ଉଚ୍ଚ ରହିଛି ଏବଂ ସେମାନେ ସମସ୍ତ ଚାଲେଞ୍ଜର ମକାବିଲା ଲାଗି ପ୍ରସ୍ତୁତ ଅଛନ୍ତି । ସୀମାର ସୁରକ୍ଷା ସ୍ଥିତି ସମୀକ୍ଷା ଲାଗି ଲେହ ଗସ୍ତରେ ଥିବା ସ୍ଥଳ ସେନାମୁଖ୍ୟ ଏମଏମ ନର୍ବାଣେ ଏହା କହିଛନ୍ତି । ତାଙ୍କ ଅନୁଯାୟୀ ଗତ କାଲି ଲେହରେ ପହଞ୍ଚିବା ପରେ ମୁଁ ବିଭିନ୍ନ ସ୍ଥାନକୁ ଯାଇ ଅଫିସର ଏବଂ ଜେସିଓଙ୍କ ସହ ଆଲୋଚନା କରିଛି । ଏଙା ସହିତ ସ୍ଥି ସମୀକ୍ଷା ମଧ୍ୟ କରିଛି । ଆମ ଯବାନଙ୍କ ମନୋବଳ ଉଚ୍ଚ ରହିଛି । ଆମେ ଯବାନମାନେ ସବୁଠାରୁ ବେଷ୍ଟ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here