Spread the love

ଭୁବନେଶ୍ୱର : ସୋମବାର ରାଜ୍ୟରେ ୭ଜଣ ବରିଷ୍ଠ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା କଳା ଏକାଡେମୀ ପକ୍ଷରୁ ଚିତ୍ରକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଆଦି କ୍ଷେତ୍ରରେ ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି । କରୋନା ଯୋଗୁ ମନୋନୀତ ଶିଳ୍ପୀଙ୍କ ଘରକୁ ଯାଇ ସଂସ୍କୃତି ମନ୍ତ୍ରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି । ୨୦୦୯ ମସିହା ପାଇଁ ଗୋକୁଳୀ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଅସୀମ ବସୁ, ୨୦୧୧ ପାଇଁ ଡକ୍ଟର ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ପାଇଁ ପଦ୍ମଭୂଷଣ ଯତୀନ ଦାସ, ୨୦୧୪ ପାଇଁ ଦିନନାଥ ପାଠୀ, ୨୦୧୫ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାରରେ ସମ୍ମାନିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here