Spread the love

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ପୁରୀ ଗଜପତି ମହାରାଜା ଆଜି ସ୍ନାନଯାତ୍ରା ବେଳେ ଛେରାପହଁରା କରି ପାରିନଥିଲେ । ସ୍ନାନଯାତ୍ରା ବେଳେ ଅନୁପସ୍ଥିତ ଥିଲେ । କାହିଁକି ଛେରାପହଁରା ବେଳେ ଅନୁପସ୍ଥିତ ରହିଲେ ସେ ସମ୍ପର୍କରେ ଗଜପତି କହିଛନ୍ତି ଯେ କରୋନା ଜନିତ କଟକଣାକୁ ମାନି ସେ ଛେରାପହଁରା ବେଳେ ଅନୁପସ୍ଥିତ ଥିଲେ । କଟକଣା ଅନୁଯାୟୀ ମନ୍ଦିର ବାହାରେ କୌଣସି ନୀତି ପାଇଁ ପରମ୍ପରା ରକ୍ଷା ନିମନ୍ତେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ଓ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏ ସମୟରେ ଘରୁ ବାହାରିବା ଉପରେ କଟକଣା ଜାରି ହୋଇଛି । ଏହି ଦୁଇ କାରଣରୁ ସେ ସ୍ନାନଯାତ୍ରା ଛେରାପହଁରା ବେଳେ ଉପସ୍ଥିତ ନଥିଲେ । ଗଜପତି ଆହୁରି ମଧ୍ୟ କହିଛନ୍ତି ଯେ ସେ ୧୯୭୬ରେ ଆମେରିକାରେ ଆଇନ ପଢୁଥିବା ବେଳେ ରଥ ଯାତ୍ରା ଛେରାପହଁରା କରିପାରିନଥିଲେ । ସୁଚନାଯୋଗ୍ୟ ଯେ ଆଜି ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରଥ ଛେରାପହଁରା କରିଥିଲେ ।

LEAVE A REPLY

Please enter your comment!
Please enter your name here