Spread the love

ନୂଆଦିଲ୍ଲୀ: ଆଜି ସାମାଜିକ କର୍ମୀ ଏବଂ ଆର୍ଯ୍ୟ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ସ୍ବାମୀ ଅଗ୍ନିବେଶଙ୍କ ପରଲୋକ ଘଟିଛି ।ସ୍ବାମୀ ଅଗ୍ନିବେଶ ଶୁକ୍ରବାର ସନ୍ଧ୍ୟା ୬ଟାରେ ହୃଦଘାତ ଯୋଗୁ ମୃତ୍ୟୁ ବରଣ କରିଥିବା ଆଇଏଲବିଏସ ପକ୍ଷରୁ ସୂଚନା ମିଳିଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।ଦୀର୍ଘଦିନ ଧରି ସେ ଯକୃତ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ।

LEAVE A REPLY

Please enter your comment!
Please enter your name here