Spread the love

ନୟାଗଡ
ଏହି ଜିଲ୍ଲା ଦଶପଲ୍ଲା ଏନଏସିର ଗଣେଶ ବଜାରରେ ଏକ ବୀଭତ୍ସ କାଣ୍ଡ ଘଟିଛି । ଏଠାରେ ସମ୍ପତ୍ତି ପାଇଁ ନିଜ ବାପା ହରିହର ସାହୁ ଓ ବଡ ଭାଇ ଲକ୍ଷ୍‌ମୀଧର ସାହୁର ବେକ କାଟି ଦେଇଛି ସାନପୁଅ ସନ୍ତୋଷ । ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ସାନପୁଅ ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ ସନ୍ତୋଷ ଭୁବନେଶ୍ୱରରେ ରୁହେ । ସେ ସମ୍ପତ୍ତି ଭାଗ ବଣ୍ଟା ପାଇଁ ଗତକାଲି ଗ୍ରାମରେ ପହଞ୍ଚିଥିଲା । ଆଜି ସକାଳେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବଡ ଭାଇ ସହ ବଚସା ହେବାରୁ ସନ୍ତୋଷ ରାଗିଯାଇ ଏକ ଧାରୁଆ ବ୍ଲେଡରେ ବାପା ଏବଂ ବଡଭାଇଙ୍କ ବେକ କାଟି ଦେଇ ଫେରାର ହୋଇଯାଇଥିଲା । ଏବେ ପୋଲିସ ଏହି ମାମଲାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here