Spread the love

ନୂଆଦିଲ୍ଲୀ: ଭାରତର ସର୍ବ ପୂରାତନ ରାଜନୈତିକ ଦଳ କଂଗ୍ରେସରେ ପୁଣି ହେବାକୁ ଯାଉଛି ପରିବର୍ତ୍ତନ। ବର୍ତ୍ତମାନର କଂଗ୍ରେସ ଆଭ୍ୟନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଏ ନେଇ ସୋନିଆ ଗାନ୍ଧୀ କହିଛନ୍ତି,ମୁଁ ଦଳର ଅଧ୍ୟକ୍ଷା ପଦବୀ ଛାଡ଼ିବାକୁ ଚାହୁଁଛି। ଦଳ ଜଣେ ନୂଆ ଅଧ୍ୟକ୍ଷ ଚୟନ କରୁ।ସିଡବ୍ଲୁସି ବୈଠକ ପୂର୍ବରୁ ସୋନିଆ ଗାନ୍ଧିଙ୍କ ଏଭଳି ମନ୍ତବ୍ୟ ଏବେ ରାଜନୀତିରେ ଚହଳ ସୃଷ୍ଟି କରିଛି । କିନ୍ତୁ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି, ‘ଅଲ୍‌ ଇଣ୍ଡିଆ କଂଗ୍ରେସ୍‌ କମିଟି’ ମୁଖ୍ୟ ରଣଦୀପ ସିଂହ ସୂରଜୱାଲା। ସୂଚନା ଅନୁସାରେ ସୋମବାର ଦିନ କଂଗ୍ରେସ ୱାର୍କିଙ୍ଗ୍ କମିଟିର ବୈଠକ ବସିବ।ସେଠାରେ ଦଳକୁ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ପୁଣି ଥରେ ରାହୁଲଙ୍କୁ ଅଧ୍ୟକ୍ଷ ପଦକୁ ଫେରାଇ ଆଣିବା ଘଟଣା ରାଜନୀତି ପରିବାରରେ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here