Spread the love

ନୂଆଦିଲ୍ଲୀ
ନିଟ-ଜେଇ ପରୀକ୍ଷା ସ୍ଥଗିତ କରିବା ଦାବି ଜୋର ଧରୁଛି । ଛାତ୍ରାଛାତ୍ରୀ, କିଛି ନେତା, ମୁଖ୍ୟମନ୍ତ୍ରୀଙ୍କ ପରେ କରୋନା ସଙ୍କଟ ସମୟରେ ସାରା ବିଶ୍ୱର ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିଥିବା ଅଭିନେତା ସୋନୁ ସୁଦ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ସେ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଦେଇ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଦେଶର ବର୍ତ୍ତମାନ ସ୍ଥିତିକୁ ଦେଖି ନିଟ ଜେଇ ପରୀକ୍ଷା ସ୍ଥଗିତ ରଖିବା ଲାଗି ମୁଁ ସରକାରଙ୍କୁ ଅନୁରୋଧ କରୁଛି । ଏହି ସ୍ଥିତିରେ ଆମେ ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦରେ ପକାଇପାରିବା ନାହିଁ । ପରୀକ୍ଷା ଦେବାକୁ ପିଲା ସୂଦୂର ଇଲାକାରୁ ଆସୁଛନ୍ତି । ବିହାରର କୌଣସି ଗାଁରେ ବନ୍ୟା ହେଉଥିବାବେଳେ ଆଉ କେଉଁ ଜିଲ୍ଲା ସମ୍ପୂର୍ଣ ଭାବେ ବନ୍ଦ ରହିଛି । ହଁ ପରୀକ୍ଷା ଜରୁରୀ । କ କିନ୍ତୁ ଯୁବ ପିଢିଙ୍କ ସୁରକ୍ଷା ମଧ୍ୟ ସେତିକି ଜରୁରୀ । ସାରା ବିଶ୍ୱରେ ସବୁକିଛି ପ୍ରକୃତି ସାମ୍ନାରେ ଅଟକି ରହିଛି । ତେଣୁ ପରୀକ୍ଷାକୁ କିଛି ଦିନ ପାଇଁ ସ୍ଥଗିତ ରଖିବା ଉଚିତ । ଅପରପକ୍ଷେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୀକ୍ଷା ସ୍ଥଗିତ ରଖିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହା ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଛାତ୍ରଙ୍କ ସପକ୍ଷରେ ବାହାରିଛନ୍ତି । ଏହା ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏ ପ୍ରସଙ୍ଗରେ ଚର୍ଚ୍ଚା କରୁବାକୁ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏଥିରେ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇପାରନ୍ତି ।

LEAVE A REPLY

Please enter your comment!
Please enter your name here