Spread the love

ନୂଆଦିଲ୍ଲୀ , ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସ୍ବେଚ୍ଛାକୃତ ଭାବେ ଅଭିଭାବକଙ୍କ ପରାମର୍ଶରେ ସ୍କୁଲ ଯିବାକୁ ଅନୁମତି ପ୍ରଦାନ କରାଯାଇଛି । ଏଥିପାଇଁ ଅଭିଭାବକଙ୍କ ଲିଖିତ ଅନୁମତି ବାଧ୍ୟତାମୂଳକ ଅଟେ । ସ୍କୁଲରେ ୬ଫୁଟ ଦୂରତା ବଜାୟ ରଖିବାକୁ ଏସଓପି ରେ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ଅଟେ । ମାତ୍ର ଅନଲାଇନ ଶିକ୍ଷାଦାନ ପ୍ରକ୍ରିୟା ଜାରି ରଖିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here