Spread the love

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ପରିଚାଳନା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସ୍‍.ଓ.ପି. ଜାରି କରାଯାଇଛି। କେବଳ କଣ୍ଟେନମେଣ୍ଟ ଜୋନ୍‍ ବାହାରେ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହିଁ ପରୀକ୍ଷା ପାଇଁ ଅନୁମତି ମିଳିଛି । ପରୀକ୍ଷାର୍ଥୀମାନେ ମାସ୍କ ପିନ୍ଧିବା ଏବଂ ୬ ଫୁଟ୍‍ ଦୂରତ୍ୱ ବଜାୟ ରଖିବା ବାଧ୍ୟତାମୂଳକ ଅଟେ ।ଏହା ସହ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରଗୁଡିକରେ ସାବୁନ୍‍ ଓ ସାନିଟାଇଜର ଯୋଗାଇ ଦିଆଯିବ । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଟକଣା ଜାରି
କରାଯାଇଛି । ପରୀକ୍ଷା ପୂର୍ବରୁ ଏବଂ ପରେ ପରୀକ୍ଷା କେନ୍ଦ୍ର ଗୁଡିକୁ ବିଶୋଧନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here