Spread the love

କଟକ : କଟକ ଜିଲ୍ଲାରେ ଅଗଷ୍ଟ ୧୨ ତାରିଖରେ ମୋଟ ୧୨୭ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତନ୍ମଧ୍ୟରୁ କଟକ ମହାନଗର ନିଗମରେ ମୋଟ ୧୧୫ଜଣ ରହିଛନ୍ତି । ସି.ଏମ୍‌.ସିରେ ଗତ ଏକ ସପ୍ତାହ ଧରି ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଶାତିତ ବୃଦ୍ଧି ଘଟିଥିବା ଦେଖାଯାଇଛି । ବିଶେଷକରି ମାଲଗୋଦାମ ଅଞ୍ଚଳ ରେ ପ୍ରତିଦିନ ଏକାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଅଗଷ୍ଟ ୧୨ର ରିପୋର୍ଟ ଅନୁଯାୟୀ ଆଠଗଡରୁ ୩ଜଣ, ବାଙ୍କିରୁ ୧, ଚୌଦ୍ୱାରରୁ ୧, କଣ୍ଟପଡ଼ାରୁ ୨, ମାହାଙ୍ଗାରୁ ୧, ସଦରରୁ ୧ ଓ ଟାଙ୍ଗୀରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ରୋଗୀମାନଙ୍କୁ କୋଭିଡ଼ ସେଣ୍ଟରରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here