Spread the love

ଭୁବନେଶ୍ୱର : ରାଜ୍ୟରେ ହେବାକୁ ଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଆଜି ଏସ୍ଆରସି ପକ୍ଷରୁ ୧୦ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପାଣି ଜମିବା ,ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହେବା ଆଶଙ୍କା ଥିବା ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବିଡିଓ ,ତହସିଲଦାର , ଇଂଜିନିୟର ମାନଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ନଦୀ ବନ୍ଧ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଓଡ୍ରାଫ୍ ଏବଂ ଅଗ୍ନିଶ୍ରମ କର୍ମଚାରୀଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ପ୍ରବଳ ବର୍ଷା ହେବା ନେଇ ଜଗତସିଂପୁର ,ବାଲେଶ୍ଵର ,ମୟୁରଭଞ୍ଜ,ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡ଼ା ,ଢ଼େଙ୍କାନାଳ ,ବୌଦ୍ଧ ,କଟକ ଓ ଅନୁଗୁଳ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।ଅନ୍ୟପଟେ କେନ୍ଦୁଝର ,ଦେବଗଡ଼ , ସମ୍ବଲପୁର ,କନ୍ଧମାଳ ,ପୁରୀ ,କଳାହାଣ୍ଡି ,ଖୋର୍ଦ୍ଧା ,ମାଲକାନଗିରି , କୋରାପୁଟ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here