Spread the love

ଶ୍ରୀଲଙ୍କା ସାଧାରଣ ନିର୍ବାଚନରେ ​ ବିଜୟ ମହିନ୍ଦା ରାଜପସ୍କା ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟୀ ଲାଭ କରିଛନ୍ତି । ଫଳାଫଳ ପରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବେ ମହିନ୍ଦା ରାଜପସ୍କା ।ଏହାପୂର୍ବରୁ ଏହି ନିର୍ବାଚନ ଦୁଇଥର ସ୍ଥଗିତ ରଖାଯାଇଥିଲା।କେବଳ ଶ୍ରୀଲଙ୍କା ପିପୁଲ୍ସ ପାର୍ଟି ର ୨୪୫ ସଦସ୍ୟ ବିଶିଷ୍ଟ ସଂସଦରେ ୧୪୫ ଟି ସିଟ୍ ବିଜୟ ହାସଲ କରିଛି। ଏହାସହ ସହଯୋଗୀ ଦଳ ସହ ମୋଟ ୧୫୦ ଟି ଆସନରେ ବିଜୟ ହାସଲ କରିଛି।ମହିନ୍ଦା ରାଜପସ୍କା କହିଛନ୍ତି ଯେ ଦଳ ୬୮ ଲକ୍ଷ ଭୋଟ୍ ଅର୍ଥାତ୍ ୫୯.୯ ପ୍ରତିଶତ ପାଇଛି।ବିଧାନସଭା ନିର୍ବାଚନରେ ​​ରାଜପସ୍କାଙ୍କ ଦଳର ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିନ୍ଦା ରାଜପସ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବରୁ ଏହି ନିର୍ବାଚନ ଏପ୍ରିଲ୨୫ରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ କରୋନା ମହାମାରୀ ପରେ ଏହା ଜୁନ୍ ୨୦କୁ ଘୁଞ୍ଚାଯାଇଥିଲା। ଏହା ପରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ପାଳନ କରି ନିର୍ବାଚନ ତାରିଖ ଅଗଷ୍ଟ ୫ ତାରିଖରେ ସ୍ଥିର କରାଯାଇଥିଲା। ଏଥିରେ ପ୍ରାୟ ୨୦ ଟି ରାଜନୈତିକ ଦଳ ଏବଂ ୧୪ ଟି ସ୍ୱାଧୀନ ଦଳ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here