Spread the love

ମୁମ୍ବାଇ
ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ଆସିବାକୁ ଲାଗିଛି । ଏନସିବି, ସିବିଆଇ ଏବଂ ଇଡି ଏହି ମାମଲାର ତଦନ୍ତ ଚଳାଇଛି । ଏନସିବି ଆଜି ମଧ୍ୟ ଏହି ମାମଲାରେ ରିୟାଙ୍କୁ ଜେରା କରୁଛି । ଅପରପକ୍ଷେ ଏବେ ପୁଣିଥରେ ସୁଶାନ୍ତଙ୍କ ଭିସାରା ଟେଷ୍ଟ କରାଯାଉଛି । ଂ ବିଷକ୍ରିୟା ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ନା ନାହିଁ ଜାଣିବା ଲାଗି ଏମ୍ସର ଫରେନସିକ ଟିମ ଏହି ପରୀକ୍ଷା କରୁଛି । ଏହାର ଫଳାଫଳ ଦଶ ଦିନ ମଧ୍ୟରେ ଆସିବ ବୋଲି ଫରେନସିକ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଲାଗି ଗଠନ ହୋଇଥିବା ମେଡିକାଲ ଟିମର ସେ ମୁଖ୍ୟ ଅଛନ୍ତି ।

LEAVE A REPLY

Please enter your comment!
Please enter your name here