Spread the love

ନୟାଗଡ଼: ନୟାଗଡ଼ କୋଭିଡ଼-୧୯ ଡାକ୍ତରଖାନାର ଜଣେ ଷ୍ଟାଫ ନର୍ସ କରୋନାରେ ଆକ୍ରାନ୍ତ ହେବା ପରେ ସମଗ୍ର ମେଡ଼ିକାଲରେ ଆତଙ୍କ ସୃଷ୍ଟି ହୋଇଛି । ସଂପୃକ୍ତ ନର୍ସଙ୍କୁ ଚିକିତ୍ସା ପାଇଁ କୋଭିଡ଼ ହାସପାତାଳରେ ଭର୍ତ୍ତି କରାଯାଇଛି । ଏଥିସହ ତାଙ୍କ ସଂପର୍କରେ ଆସିଥିବା ଅନ୍ୟାନ୍ୟ ଡାକ୍ତର ଓ ନର୍ସମାନଙ୍କ ସଂପର୍କରେ ତଥ୍ୟ ହାସଲ କରାଯାଉଥିବା ସି.ଡ଼ି.ଏମ.ଓ ଅଫିସ ପକ୍ଷରୁ କୁହାଯାଇଛି । ରୋଗୀ ସେବା ବେଳେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ ନିଜେ କୋଭିଡ଼-୧୯ ଚିହ୍ନଟ ହୋଇଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here