Spread the love
ଭୁବନେଶ୍ବର : ବୁଧବାର ରାଜ୍ୟ କ୍ୟାବିନେଟରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୋଟ ୨୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୦୭ ଓ ୨୦୧୫ ଶିଲ୍ପ ନୀତି ଏବଂ ୧୯୫୮ ଫ୍ୟାକ୍ଟ୍ରି ଆଇନରେ ସଂଶୋଧନ କରାଯାଇଛି। କାରଖାନାରେ ଓଭର ଟାଇମ୍ ବୃଦ୍ଧିକୁ ମଞ୍ଜୁରୀ ମିଳିଛି।  ୩ ମାସରେ ଓଭର ଟାଇମ୍ ସମୟ ୧୧୫ ଘଣ୍ଟାକୁ ବୃଦ୍ଧି କରାଯାଇଛି। ମହିଳା କର୍ମଚାରୀଙ୍କୁ ରାତି ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି ମିଳିଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିର୍ମଳ ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି।ବିଜେପୁରରେ ଗଙ୍ଗାଧର ମେହେର ବୃହତ ଜଳସେଚନ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।

LEAVE A REPLY

Please enter your comment!
Please enter your name here