Spread the love

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ଭିତ୍ତିଭୂମିକୁ ଅଧିକ ସୃଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସୂଚନା ଦିଆଯାଇଛି ଯେ, କଟକ ଓ ଭୁବନେଶ୍ଵରରେ ଗୁରୁତର ରୋଗୀଙ୍କ ପାଇଁ ଅଧିକ ଆଇସିୟୁ ବ୍ୟବସ୍ଥା କରାଯିବ । ଉକ୍ତ ଦୁଇ ସହରରେ ଅଧିକ ଆମ୍ବୁଲାନ୍ସ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଛୋଟ ଓ ଉଠା ଦୋକାନୀ ନିୟମ ମାନୁନଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ପୋଲିସ ,ସ୍ବାସ୍ଥ୍ୟ ଓ ପୌର ସଂସ୍ଥା ସମନ୍ୱୟ ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏତତ୍ ବ୍ୟତିତ ବ୍ରହ୍ମପୁର ମଡେଲ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ,ଭୁବନେଶ୍ୱର ସହ ଯାଜପୁର ,ବରଗଡ଼ ,ଖୋର୍ଦ୍ଧା ,କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here