Spread the love

ନୂଆଦିଲ୍ଲୀ : ୟୁପିଏସ୍‌ସି ଜିହାଦୀ ନାମକ ସୁଦର୍ଶନ ଚ୍ୟାନେଲ ଦ୍ୱାରା ନିର୍ମିତ ଏକ କାର୍ଯ୍ୟକ୍ରମକର ପ୍ରସାରଣ ଉପରେ ସୁପ୍ରିମ କୋର୍ଟ ରହିତା ଦେଶ ଜାରି କରିଛନ୍ତି । ନିର୍ଦ୍ଧିଷ୍ଟ ଏକ ଜାତିକୁ ଅଥବା ସଂପ୍ରଦାୟକୁ ଆକ୍ଷେପ କରି କୌଣସି ପ୍ରକାର କାର୍ଯ୍ୟକ୍ରମ ପ୍ରସାରଣ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଉକ୍ତ କାର୍ଯ୍ୟକ୍ରମକୁ ପ୍ରସାରଣ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ଆଦେଶ ବିରୋଧରେ ନିର୍ଦ୍ଧିଷ୍ଟ ଏକ ସଂପ୍ରଦାୟ ପକ୍ଷରୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ସୂଚନାଯୋଗ୍ୟ ଯେ , କେବଳ ହିନ୍ଦୁ ଧର୍ମ ଓ ନିର୍ଦ୍ଧିଷ୍ଟ କେତେକ ରାଜନୈତିକ ଦଳ ଓ ସଂଗଠନ ସପକ୍ଷରେ ଏହି ଚ୍ୟାନେଲ ଖବର ପ୍ରସାରଣ କରିଥାଏ ।

LEAVE A REPLY

Please enter your comment!
Please enter your name here