Spread the love

ମୁମ୍ବାଇ
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁୁତଙ୍କ ମୃତ୍ୟୁର ଡ୍ରଗ୍ସ ସମ୍ବନ୍ଧିତ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଆଉ ୬ ଜଣ ଲୋକଙ୍କୁ ଗିରଫ କରିଛି । ଏହି ୬ ଡ୍ରଗ୍ସ ବେପାରୀଙ୍କୁ ଆଜି ମୁମ୍ବାଇ ସ୍ଥିତ ଏନସିବିର ସ୍ୱତନ୍ତ୍ର ଅଦାଲତରେ ଉପସ୍ଥାପନା କରାଯିବ । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ମୁମ୍ବାଇରୁ ଏବଂ ଜଣଙ୍କୁ ଗୋଆରୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଡ୍ରଗ୍ସ ଚାଲାଣକାରୀ କରମଜୀତ, ଇଭେନ ଫର୍ଣାଣ୍ଡିସ, ଅଙ୍କୁଶ ଅରେଞ୍ଜା ଆଦି ସାମିଲ ଅଛନ୍ତି । ଏନସିବି ପ୍ରଥମେ କରନ ଆରୋରା ଏବଂ ଅବାସକୁ ଧରିଥିଲା । ଏମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଏଜେଣ୍ଟ ଜୈଦ ଭିଲାତ୍ରା ଏବଂ ଅବଦୁଲ ବସିତ ପରିହାରକୁ ଗିରଫ କରାଯାଇଥିଲ।। । ଏହି ଦୁଇ ଜଣଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କ ନାମ ସାମ୍ନାକୁ ଆସିଥିଲା । ଏମାନଙ୍କୁ ଜେରା କରିବାରୁ ଡ୍ରଗ୍ସ ଚୋରା ଚାଲାଣକାରୀ କୈଜାନ ଇବ୍ରାହିମ ବିଷୟରେ ସୂଚନା ମିଳିଥିଲା । ପରେ ଏହାକୁ ଗିରଫ କରାଯାଇଥିଲା । ଇବ୍ରାହିମର ସୂଚନା ଆଧାରରେ ପ୍ୟାଡଲର କରମଜିତକୁ ରବିବାର ଗିରଫ କରାଯାଇଛି । ୨୦୧୯ ଅକ୍ଟୋବର ୧୦ର ସୌଭିକର ଚାଟରେ କରମଜିତର ନାମ ସାମ୍ନାକୁ ଆସିଥିଲା । ଏଥିରେ ସୌଭିକ ଡ୍ରଗ୍ସ ପାଇଁ ନିଜ ବନ୍ଧୁଙ୍କୁ କରମଜିତର ନାମ ସୁପାରିଶ କରୁଥିଲା । ଇବ୍ରାହିମକୁ ପଚରାଉଚୁରା କରିବା ସମୟରେ ଅନୁଜ କେଶବାନୀର ନାମ ସାମ୍ନାକୁ ଆସିଥିଲା । ପରେ ସେପ୍ଟେମ୍ବର ୬ରେ ଡ୍ରଗ୍ସ ସହ କେଶବାନୀଙ୍କୁ ଧରା ଯାଇଥିଲା । ପରେ ଏଥିରେ ଗୋଆର ଜଣେ ବ୍ୟକ୍ତି କ୍ରିସ କୋଷ୍ଟାଙ୍କ ନାମ ସାମ୍ନାକୁ ଆସିଥିଲା । ସେ ଅନୁଜ କେଶବାନଙ୍କୁ ଡ୍ରଗ୍ସ ଯୋଗାଉଥିଲା । ଏହା ସହିତ ସନ୍ଦିଗ୍ଧ ନିଶା କାରବାରି ଇଭେନ ବିଷୟରେ ମଧ୍ୟ ସୂଚନା ମିଳିଥିଲା । ସେ ସୌଭିକ ଏବଂ ଦୀପେଶ ସାବନ୍ତଙ୍କୁ ଅନେକ ଥର ଡ୍ରଗ୍ସ ଦେଉଛି । ଏବେ ଏନସିବି ତଦନ୍ତରୁ ହୋଇଥିବା ଖୁଲାସା ବିଷୟରେ ଜାଣନ୍ତୁ । ଏହା ଦ୍ୱାରା କଣ୍ଟ୍ରୋଲ ଏବଂ ବଲିଉଡ ଲିଙ୍କକୁ ବୁଝିବାରେ ସହଜ ହେବ । ଏନସିବି ମୁମ୍ବାଇରୁ ଅନ୍ୟ ଜଣେ ଡ୍ରଗ୍ସ କାରବାରୀ କରମଜିତ ତଥା କେଜେକୁ ଗରିଫ କରିଛି । ସେ ଦୀପେଶ ସାବନ୍ତ, ସାମୁଏଲ ମିରାଣ୍ଡକୁ ଡ୍ରଗ୍ସ ଯୋଗାଣ କରୁଥିଲା । ଏହି ମାମାରେ ଏ ପ ର୍ଯନ୍ତ ୧୬ରୁ ଅଧିକ ଗିରଫଦାରୀ ହୋଇସାରିଲାଣି ।

LEAVE A REPLY

Please enter your comment!
Please enter your name here