Spread the love

ନୂଆଦିଲ୍ଲୀ
ବହୁଚର୍ଚ୍ଚିତ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା କରିଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ଜଷ୍ଟି ବିଆର ଗଭାଇ ଏବଂ ଜଷ୍ଟିସ କୃଷ୍ଣା ମୁରାରୀଙ୍କ ପୀଠ ଭୂଷଣଙ୍କ ଉପରେ ୧ ଟଙ୍କା ଜରିମାନା ଲଗାଇଛନ୍ତି । ଜରିମାନା ରାଶି ପ୍ରଦାନ କରିବାରେ ଅବହେଳା କଲେ ସେ ୩ ବର୍ଷ ପର୍ଯ୍ୟନ୍ତ ଓକିଲାତି କରିପାରିବେନି ଏବଂ ୩ ମାସ ଜେଲରେ ରହିବେ । ଏହା ସହିତ କୋର୍ଟ ଭୂଷଣଙ୍କ ପଦକ୍ଷେପକୁ ଭୁଲ ବୋଲି କହିଛନ୍ତି ଏବଂ ସେ ପବ୍ଲିସିଟି ପାଇଁ ଏପରି କରିଥିବା କହିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ୨୫ରେ କୋର୍ଟ କହିଥିଲେ ଯେ କ୍ଷମା ମାଗିବାରେ ଖରାପ କଣ ଏବଂ ଏହି ଶଦ୍ଦ କଣ ଏତେ ଖରାପ କି । ପରେ ଭୂଷଣ କହିଥିଲେ ଯେ ନିଜ ମନ୍ତବ୍ୟକୁ ନେଇ କ୍ଷମା ମାଗିବେ ନାହିଁ ।

LEAVE A REPLY

Please enter your comment!
Please enter your name here