Spread the love

ନୂଆଦିଲ୍ଲୂୀ : ଆସନ୍ତା ମାସ ୩୦ତାରିଖ ଅର୍ଥାତ୍‌ ସେପ୍ଟମ୍ବର ୩୦ ମଧ୍ୟରେ ବାବରୀ ମସଜିଦ ଭଙ୍ଗା ମକଦ୍ଦମା ଯେଉଁଥିରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲ କ୍ରିଷ୍ଣ ଆଡ଼ଭାନି ଓ ଅନ୍ୟାନ୍ୟ ବିଜେପି ନେତା ସଂପୃକ୍ତ ଥିଲେ ସାରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ସ୍ୱତନ୍ତ୍ର ସି.ବି.ଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏହି ଘଟଣାକୁ ଇତି ମଧ୍ୟରେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ଚୂଡ଼ାନ୍ତ ରାୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଏଭଳି ବହୁ ଘଟଣାର ନଜିର ରହିଛି । ଏବେ ସାଧାରଣ ଚେକ୍‌ ବାଉନ୍ସ ଘଟଣା ମଧ୍ୟ ୫ ବର୍ଷରୁ ଅଧିକ ଦିନ ବିଭିନ୍ନ କୋର୍ଟରେ ପଡ଼ିରହୁଛି । ତେବେ ବାବରୀ ମସଜିଦ ଭଙ୍ଗା ଘଟଣା ରାଜନ÷ତିକ କାର୍ଯ୍ୟ କଳାପ ହୋଇଥିବାରୁ ଏହାର ଶୁଣାଣୀ ଦୀର୍ଘ ବର୍ଷ ଲାଗିଥିଲା । ତେବେ ରାମ ମନ୍ଦିର ମାମଲାର ରାୟ ଗତ କିଛିଦିନ ତଳେ ପ୍ରକାଶ ପାଇବା ପରେ ବାବରୀ ମସଜିଦ ଭଙ୍ଗା ଘଟଣାର ରାୟ ଅପେକ୍ଷାରେ ଏବେ ବିଭିନ୍ନ ରାଜନ÷ତିକ ଦଳର ଲୋକେ ରହିଛନ୍ତି । ବିଜେପିର ବହୁ ଛାମୁଆ ନେତା ଏଥିରେ ରହିଥିବା ବେଳେ ଅନେକଙ୍କର ଭାଗ୍ୟ ମଧ୍ୟ ଏହି ମାମଲା ଉପରେ ନିର୍ଭର କରୁଛି ।

LEAVE A REPLY

Please enter your comment!
Please enter your name here