Spread the love

ନୂଆଦିଲ୍ଲୀ : ନିଟ୍‌-୨୦୨୦ ବନ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି । ନାନା ବାଦବିବାଦରେ ସେପ୍ଟେମ୍ବର ମାସରେ ଜେଇଇ ପରୀକ୍ଷା ହୋଇଥିବା ବେଳେ ନିଟ୍‌ ପରୀକ୍ଷା ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଦିନ ଧାର୍ଯ୍ୟ ହୋଇଛି । ତେବେ ସଂପ୍ରତି କୋଭିଡ଼-୧୯ ମହାମାରୀ ଚାଲିଥିବାରୁ ଏହା ଛାତ୍ରଛାତ୍ରୀମାନଙ୍କ ଜୀବନକୁ ବିପନ୍ନ କରିବାର ଭୟ ରହିଥିବା ଦର୍ଶାଇ ଏକାଧିକ ମାମଲା ସୁପ୍ରିମ କୋର୍ଟରେ ଦାୟର ହୋଇଥିଲା । ମାନ୍ୟବର ସୁପ୍ରିମ କୋର୍ଟ ଏହି ମାମଲାକୁ ଶୁଣିବା ପାଇଁ ଶେଷରେ ମନା କରିଦେଇଥିବାରୁ ଏବେ ନିଟ୍‌ ହେବା ଥୟ ।

LEAVE A REPLY

Please enter your comment!
Please enter your name here