Spread the love

ନୂଆଦିଲ୍ଲୀ
ଚଳିତ ବର୍ଷ ୟୁଏଇରେ ହେବାକୁ ଥିବା ଆଇପିଏଲ ମ୍ୟାଚ ଖେଳିବେ ନାହିଁ ଭାରତୀୟ ଟିମର ତକ୍ରାଳୀନ ସଦସ୍ୟ ତଥା ବ୍ୟାଟ୍ସମ୍ୟାନ ସୁରେଶ ରୈନା । ସେ ବ୍ୟକ୍ତିଗତ କାରଣ ଲାଗି ୟୁଏଇରୁ ଭାରତକୁ ଫେରି ଆସିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ସମୟରେ ସିଏସକେ ପକ୍ଷରୁ ରୈନାଙ୍କୁ ଏବଂ ତାଙ୍କ ପରିବାରକୁ ସମସ୍ତ ସହଯୋଗ କରାଯିବ ବୋଲି ସିଇଓ କେସି ବିଶ୍ୱନାଥନ କହିଛନ୍ତି । ସୂଚନାଯୋଗ୍ୟ ଯେ ଆସନ୍ତା ୧୯ରୁ ନଭେମ୍ବର ୧୦ ଯାଏଁ ୟୁଏଇରେ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ଭାଗନେବା ଲାଗି ପୂର୍ବରୁ ଚେନ୍ନାଇ ଟିମ ୟୁଏଇ ଯାଇ ସାରିଛି ।

LEAVE A REPLY

Please enter your comment!
Please enter your name here