Spread the love

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କୁ ଦୁଇ ମାସ ପୁରି ଯାଇଥିଲେ ମଧ୍ୟ ଏବେବି ସମଗ୍ର ଘଟଣା ରହସ୍ୟ ମଧ୍ୟରେ ରହିଯାଇଛି । ସୁଶାନ୍ତ ସିଂ ଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନେର୍ଦ୍ଦେଶ ଦେବାପରେ ଘଟଣା ଭିନ୍ନ ମୋଡ ନେଇଛି, ତେବେ ସୁଶାନ୍ତଙ୍କ ଡାଏରିରେ ଅତ୍ମହତ୍ୟାକୁ ନେଇ ଦ୍ୱନ୍ଦାତ୍ମକ ଚିତ୍ର ଦେଖିବାକୁ ମିଳିଛି । ଇତିମଧ୍ୟରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ଭିନ୍ନ କଥା ଶୁଣିବାକୁ ମିଳୁଛି । ସୁଶାନ୍ତଙ୍କ ଶବ ଝୁଲନ୍ତା ଅବସ୍ଥାରେ ନୁହେଁ ବରଂ ଖଟ ଉପରେ ଶୁଆଯାଇଥିବା ବେଳେ ପ୍ରଥମେ ଦେଖାଯାଇଥିଲା ବୋଲି ମୁମ୍ବାଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପକ୍ଷରେ ସୁଶାନ୍ତଙ୍କ ଡାଏରିରେ କୌଣସି ଠାରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷପ ସମ୍ପର୍କରେ ଉଲ୍ଲେଖ ନଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ଦିନ ମଧ୍ୟ ସେ ଦୁଇ ଜଣ ସିନେମା ନିର୍ମାତାଙ୍କ ସହିତ ନୂଆ ସିନେମା ସମ୍ପର୍କରେ କଥା ହୋଇଥିବା ଏବେ ପଦାକୁ ଆସିଛି । ସୁଶାନ୍ତଙ୍କ ବେକରେ ଏକ ବେଲ୍ଟର ଦାଗ ଥିବେ ତାଙ୍କ ଘନିଷ୍ଟ ସାଙ୍ଗ କହିଥିବା ବେଳେ କୌଣସି ଠାରେ ଦଉଡିର ଦାଗ ନଥିବା କୁହାଯାଉଛି । ଏହି ସବୁ ଘଟଣା ସୁଶାନ୍ତଙ୍କ ମୃତ୍ୟୁକୁ ରହସ୍ୟମୟ କରିଦେଉଥିବା ବେଳେ ପ୍ରେମିକା ରିୟା ଚକ୍ରବର୍ତ୍ତି ଓ ତାଙ୍କ ପରିବାର ଲୋକଙ୍କୁ ଇ.ଡି ପକ୍ଷରୁ ବାରମ୍ବାର ଜେରା କରାଯାଇଥିବା ବେଳେ ସେଭଳି କୌଣସି ଆଖି ଦୃଷ୍ଟିଆ ସଫଳତା ମଧ୍ୟ ଏଯାଏଁ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here