Spread the love
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ଅନେକ ଦିଗ ଦେଇ ଗତି କରୁଛି।  ପ୍ରତେକ ଦିନ ଘଟଣାଟିର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏନେଇ ଅଧିକ ତଦନ୍ତ କରିବା ପାଇଁ ଆଜି ସିବିଆଇ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୋବାଇଲ ଫୋନ୍ କୁ ଯାଞ୍ଚ କରିବା ସହ ସମସ୍ତ ତଥ୍ୟ ଜାଣିବା ପାଇଁ ମୁମ୍ବାଇ ପୋଲିସକୁ ଲିଖିତ ଅନୁରୋଧ କରିଛି । ମୁଖ୍ୟତଃ ସିବିଆଇ ସୁଶାନ୍ତଙ୍କ  ଫୋନରେ ଥିବା ହ୍ୱାଟସପ୍ ବାର୍ତ୍ତା ଓ ଆର୍ଥିକ କାରବାର ବିବରଣୀ ଜାଣିବା ପାଇଁ ଚେଷ୍ଟା କରୁଛି । ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଇଡିକୁ ହସ୍ତାନ୍ତର କରାଯାଇଛି ।ନିକଟରେ ଇଡି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ପଚରା ଉଚରା କରିଥିଲା । ତେବେ ମୃତ୍ୟୁ ଘଟଣାକୁ ଏତେଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ ପ୍ରମାଣ ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here