Spread the love

ନୂଆଦିଲ୍ଲୀ, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କୁ ଦୋଷ ଦେଲେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂହ । ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟାଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ ,ସୁଶାନ୍ତଙ୍କ ମାନସିକ ଅବସାଦ ଯଦି ଥିଲା ପରିବାର ଲୋକ କେମିତି ଜାଣି ପାରିଲେ ନାହିଁ । ସୁଶାନ୍ତଙ୍କ ଡ୍ରିପେସନ ରୋଗ ଥିଲେ ତାହା ସିକ୍ରେଟ ରହିନଥାନ୍ତା । ସୁଶାନ୍ତଙ୍କୁ ଯେଉଁ ଔଷଧ ଦିଆଯାଉଥିଲା ତାକୁ କେବଳ ସେ ଦେବାବାଲା ହିଁ ଜାଣିଛି ।ଆଉ ରିୟା ଜାଣିଶୁଣୀ ସୁଶାନ୍ତଙ୍କ ମାନସିକ ସ୍ଥିତି ବିଗାଡିଛନ୍ତି । ଅନ୍ୟପଟେ ସୁଶାନ୍ତଙ୍କ ପରିବାର ଲୋକେ ଦେଇଥିବା ବୟାନ ମରାଠୀରେ ଲେଖାଯାଇଥିବା ବେଳେ ତାହା ଜାଣିଶୁଣୀ ମୁମ୍ବାଇ ପୋଲିସ ଲେଖିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here